‘ଦୋଷୀ ମାଗୁଛି ପ୍ରମାଣ, ଦିବ୍ୟଙ୍କ ପଲିଗ୍ରାଫ ଟେଷ୍ଟ ହେଉ’

0 107

ଭୁବନେଶ୍ୱର: ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଭିନ୍ନ ଫୋରମରେ ସଫେଇ ଦେଲେ ବି ଶୁଣୁ ନାହାନ୍ତି ବିରୋଧୀ । ଯେଉଁଥିପାଇଁ ଶାସକ ଦଳର ନେତା ଅଣ୍ଡାମାଡ, କଳାପତାକାର ସାମ୍ନା କରୁଛନ୍ତି ବିଜେଡି ନେତା । ଆଜି ବିଜେଡି କଟକ ସ୍ଥିତ ଆରଡିସି ଅଫିସ ଆଗରେ ରୋଷେଇ ଗ୍ୟାସ ଦର ବୃଦ୍ଧିକୁ ବିରୋଧ କରି ଆନ୍ଦୋଳନ କରୁଛି। ମୁଖ୍ୟ ପ୍ରସଙ୍ଗକୁ ଦିଗହରା କରିବାକୁ ଯାଇ ବିଜେଡି ଏପରି ଫାର୍ସ କରୁଛି ବୋଲି ବିଜେପି କହିଛି।

ଅନ୍ୟପଟେ କଂଗ୍ରେସ ପ୍ରେସମିଟ୍ କରି ବିଜେଡି ଏବଂ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ପ୍ରଶ୍ନ କରି ଉତ୍ତର ଖୋଜିବାକୁ ପ୍ରୟାସ କରିଛି। କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର ପ୍ରେସମିଟ କରି କହିଛନ୍ତି, ମମିତା ମେହେର ଘଟଣା ସାମ୍ନାକୁ ଆସିଲା ପରେ ମନ୍ତ୍ରୀ କେଉଁ ବିଧାୟକଙ୍କ ଘରେ ଆତ୍ମଗୋପନ କରିଥିଲେ ବୋଲି ପଚାରିଛନ୍ତି। ଦୋଷୀ ସବୁବେଳେ ନିଜ ଅପରାଧର ପ୍ରମାଣ ମାଗେ । ଆଉ ଦିବ୍ୟଶଙ୍କର ମଧ୍ୟ ଏବେ ପ୍ରମାଣ ମାଗୁଛନ୍ତି କହି ଦିବ୍ୟଙ୍କୁ କଡ଼ା ବାଣ ମାରିବା ସହିତ ପ୍ରଶ୍ମର ଉତ୍ତର ରଖିବାକୁ କଂଗ୍ରେସ କହିଛି । ପ୍ରମାଣ ନଷ୍ଟ କଲାପରେ ବିଜେଡି  ପ୍ରମାଣ ଦିଅ ବୋଲି କହୁଥିବା ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ନିକଟରେ ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଥିଲେ। ଏହାପରେ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ଟ୍ୱିଟ୍ କରି ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କରିଥିଲେ। ଅଭିଯୋଗ କରିବା ସହଜ ପ୍ରମାଣ ଅଛି ଯଦି ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦିଅ ବୋଲି ଆହ୍ୱାନ କରିଥିଲେ। ଯାହାକୁ କାଉଣ୍ଟର କରିଥିଲେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର । ଆଉ ପ୍ରଣବଙ୍କ ବାପା ଅଶୋକ ଦାସଙ୍କ ଉଦାହରଣ ଦେଇ ଜୟ ନାରାୟଣ ପ୍ରଣବଙ୍କୁ ଜବାବ ଦେଇଥିଲେ।

ଏବେ କଂଗ୍ରେସ ପ୍ରେସମିଟ୍ କରି ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ପଲିଗ୍ରାଫ ଟେଷ୍ଟ ହେଉ ବୋଲି ଦାବି କରିଛି। ଏଥିସହିତ ମମିତା ମେହେର ବାପା ମା ଙ୍କ ଭିଡ଼ିଓ କିଏ ଆଣି ସୋସିଆଲ ମିଡିଆରେ ଛାଡିଲା ବୋଲି ପ୍ରଶ୍ନ କରିଛନ୍ତି। ମହିଳା ଶିଶୁ ବିକାଶ ମନ୍ତ୍ରୀ ନିଜ ଟୁଇଟରରେ ପୋଷ୍ଟ କରିଛନ୍ତି କୋଉଠୁ ଭିଡିଓ ଆଣିଲେ କହିବେ କି  ବୋଲି କଂଗ୍ରେସ ପ୍ରେସମିଟ୍ କରିଛି।

ସୂଚନାଯୋଗ୍ୟ, ମମିତା ମେହେରଙ୍କ ବାପା ସୁଚନ୍ଦ୍ର ଏବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଯେଉଁ ଆବେଦନ କରିଛନ୍ତି ସେଥିରେ ସେ ତାଙ୍କ ଝିଅର ଚରିତ୍ର ସଂହାର ହେଉଛି । ମିଡିଆ ଖବରକୁ ଅତି ରଞ୍ଜିତ କରୁଛି ବୋଲି କହିଛନ୍ତି। ଆଉ ମାମଲାର ତ୍ୱରିତ ଶୁଣାଣି କରିବାକୁ ଗୁହାରୀ କରିଛନ୍ତି। ଯାହାକୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ସୁରକ୍ଷା ଦେଲା ଭଳି ରହିଛି। କିନ୍ତୁ ଗୋଟିଏ ଆବେଦନର ଚାର୍ଜଶିଟ୍ ଦାଖଲ ହୋଇନଥିବାରୁ ତ୍ୱିରତ ଶୁଣାଣି କରିବାକୁ ଗୁହାରୀ କରିବା କେତେଯୁକ୍ତିଯୁକ୍ତ ତାହା ଏବେ ବଡ ପ୍ରଶ୍ନ।

Leave A Reply

Your email address will not be published.