ବର୍ଷାରେ ନଷ୍ଟ ହେଲା ଫୁଲକୋବି, ଚାଷୀଙ୍କ ଆତ୍ମହତ୍ୟା

farmer suicide

0 6

ରାଇଘର: ଲଘୁଚାପ ବର୍ଷା ଓ କୋହଲା ପାଗ ଯୋଗୁଁ ନଷ୍ଟ ହୋଇଗଲା କୋବି ଚାଷ। ପୋକଲାଗି ଏକ ଏକର ଜମିର ଫୁଲକୋବି ନଷ୍ଟ ହୋଇଗଲା। ଋଣ କରି ଚାଷ କରିଥିବାରୁ ମାନସିକ ଚାପ ବଢ଼ିଗଲା । ଯନ୍ତ୍ରଣା ଅସହ୍ୟ ହେବାକୁ ଜମି ପାଖ ଆମ୍ବଗଛରେ ଝୁଲିପଡ଼ି ଆତ୍ମହତ୍ୟା କଲେ ଚାଷୀ । ଘଟଣା ଦେଖିବାକୁ ମିଳିଛି ରାଇଘର ଥାନା ଛତାବେଡା (ଡିଏନକେ) ଗାଁରେ । ଚାଷୀ ହେଲେ ଗାଁର ବିଭୂତି ସରକାର(୪୫)  । ସ୍ତ୍ରର ଅନୀମାଙ୍କ କହିବା ଅନୁସାରେ ବଜାର ଚାହିଦାକୁ ଦେଖି ବିଭୂତି ଚଳିତ ବର୍ଷ ପାଖାପାଖି ୧ ଏକର ଜମିରେ ଫୁଲ କୋବି କରିଥିଲେ । ଲଘୁଚାପ ବର୍ଷା ଓ କୋହଲା ପାଗ ଯୋଗୁଁ ଫସଲରେ ବ୍ଲାଷ୍ଟର ପୋକ ଲାଗି ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ସବୁଦିନ ଭଳି ବିଭୂତି ଗତ ରବିବାର ସକାଳ ଜମିକୁ ଯାଇଥିଲେ । ଫସଲ ନଷ୍ଟ ଦେଖି ମୁଣ୍ଡ ଘୂରି ଯାଇଥିଲା । ଋଣ କିପରି ଶୁଭିବେ ଓ ପରିବାର କିପରି ଚଳାଇବେ ସେ ନେଇ ଚିନ୍ତା ତାଙ୍କର ବଢ଼ିଯାଇଥିଲା । ଶେଷରେ ଜମି ନିକଟ ଏକ ଆମ୍ବ ଗଛରେ ଦଉଡି ବାନ୍ଧି ଝୁଲି ଛଟପଟ ହେଉଥିଲେ । ଆଖପାଖ ଜମିରେ କାମ କରୁଥିବା ଚାଷୀ ତାଙ୍କୁ ଉଦ୍ଧାର କରି ରାଇଘର ମେଡିକାଲକୁ ନେଇଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.