ଭୟଙ୍କର ହେଛି ଭ୍ୟାରିଏଣ୍ଟ୍‌ ‘ଓମିକ୍ରନ୍‌’

corona

1 27

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ସୃଷ୍ଟି ହୋଇଥିବା କରୋନାର ନୂଆ ନୂଆ ଭ୍ୟାରିଆଣ୍ଟ ଏବେ ଚିନ୍ତା ବଢ଼ାଇ ଦେଇଛି। ଏହାର ନାମ ଦିଆଯାଇଛି ‘ଓମିକ୍ରନ୍‌’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଜରୁରୀ ବୈଠକ କରି ସ୍ଥିତି ସମୀକ୍ଷା କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି। ବି.୧.୧.୫୨୯ ଭାବେ ଚିହ୍ନଟ ହୋଇଥିବା ଏହି ନୂଆ ଭ୍ୟାରିଏଣ୍ଟ୍‌ ୩୦ ଗୁଣ ଅଧିକ ସଂକ୍ରାମକ ବୋଲି ହୁ ପକ୍ଷରୁ ସୂଚନା ଦିଆଯାଇଛି।  ‘ଓମିକ୍ରନ୍‌’ ନାମରେ ନାମିତ ଏହି ଭ୍ୟାରିଏଣ୍ଟ୍‌କୁ  ଦୃଷ୍ଟିରେ ରଖି ଦକ୍ଷିଣ ଆଫ୍ରିକାରୁ ସମସ୍ତ ବିମାନ ବାତିଲ କରାଯାଇଛି। ମନ୍ତ୍ରାଳୟ ହଙ୍ଗକଙ୍ଗ ଓ ଇସ୍ରାଏଲକୁ ମଧ୍ୟ ସେହି ଦେଶର ତାଲିକାରେ ଯୋଡ଼ିଛି, ଯେଉଁ ଦେଶର ନାଗରିକ ଭାରତ ଆସିବା ପୂର୍ବରୁ କରୋନା ଟେଷ୍ଟ ସମେତ ଅନ୍ୟ ଗାଇଡଲାଇନ୍‌ ପାଳନ କରିବାକୁ ବାଧ୍ୟ ହେବେ। ଏହା ପୂର୍ବରୁ କେନ୍ଦ୍ର ସରକାର ବ୍ରିଟେନ୍‌ ସମେତ ୟୁକେ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ବାଂଲାଦେଶ, ବୋତସୱାନା, ମରିଶସ, ନ୍ୟୁଜିଲାଣ୍ଡ, ଜିମ୍ବାୱେ ଓ ସିଙ୍ଗାପୁରକୁ ତାଲିକାରେ ଯୋଡ଼ିଥିଲା।

ବିଶ୍ବର ଏକାଧିକ ଦେଶରେ ପୁଣି ଥରେ କରୋନା ଭାଇରସ ସକ୍ରିୟ ହୋଇଉଠିଛି। କରୋନାର ନୂଆ ଭ୍ୟାରିଆଣ୍ଟ ବିଦେଶରେ ତାଣ୍ଡବ ରଚିଛି। ଏହି କାରଣରୁ ଭାରତ ସରକାର କରୋନାର ନୂଆଁ ଭ୍ୟାରିଆଣ୍ଟ ପ୍ରଭାବିତ ଦେଶର ନାଗରିକଙ୍କ ପାଇଁ ସ୍ବତନ୍ତ୍ର ଗାଇଡଲାଇନ ଜାରି କରିଛନ୍ତି। ଉପରୋକ୍ତ ୧୨ଟି ଦେଶରୁ ଭାରତ ଆସୁଥିବା ବିଦେଶୀ ନାଗରିକଙ୍କୁ ବିମାନ ଯାତ୍ରା ପୂର୍ବରୁ ୭୨ ଘଣ୍ଟା ପୂର୍ବର ଆରଟିପିସିଆର ନେଗେଟିଭ ରିପୋର୍ଟ ଆଣିବାକୁ ହେବ। ଏଥି ସହିତ ସେମାନେ ଭାରତ ପହଞ୍ଚିବା ପୂର୍ବରୁ କରୋନା ଟେଷ୍ଟ କରାଇବେ।

1 Comment
  1. Angelinat says

    Great mix of humor and insight! For more, click here: READ MORE. Let’s discuss!

Leave A Reply

Your email address will not be published.