ଛାତ୍ରୀ ଏବଂ ୪ ଗ୍ରାମବାସୀଙ୍କୁ ଅପହରଣ କରିନେଲେ ମାଓବାଦୀ

1 33

ସୁକୁମା: ମାଓବାଦୀ ମାନେ ଜଣେ ଛାତ୍ରୀଙ୍କୁ ଅପହରଣ କରି ନେଇଛନ୍ତି। ଛତିଶଗଡ ସୁକୁମା ଜିଲ୍ଲାର ଏହି ଛାତ୍ରୀଙ୍କ ସହିତ ତାଙ୍କ ଗାଁର ୪ ଜଣଙ୍କୁ ମାଓବାଦୀମାନେ ଅପହରଣ କରିଥିବା ସୂଚନା ରହିଛି । ଶନିବାର ଏହି ଅପରହଣ ହୋଇଥିବା ବିଭିନ୍ନ ମିଡିଆ ରିପୋର୍ଟରୁ ସାମ୍ନାକୁ ଆସିଛି । ଅପହରଣ ଖବର ମିଳିବା ପରେ ସିଆରପିଏଫ ଯବାନ ଏବଂ ପୁୁଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଦେଇଥିବା ସୂଚନା ରହିଛି ।

ସୁକୁମା ପୁଲିସ କହିଛି ଯେ କୋଣ୍ଟା ଥାନାରୁ ଜଙ୍ଗଲ ଭିତରେ ୧୮ କିଲୋମିଟର ଦୂରରେ ଥିବା ବଟର ଗାଁରୁ ମାଓବାଦୀ ମାନେ ଅପହରଣ କରିଛନ୍ତି। ରାଜଧାନୀ ରାୟପୁରଠାରୁ ଏହି ସ୍ଥାନ ପ୍ରାୟ ୪୦୦ କିଲୋମିଟର ଦୂରରେ ରହିଛି।

ସୁୁକୁମା ଏସପି ସୁନୀଲ ଶର୍ମା କହିଛନ୍ତି ଯେ ପ୍ରାଥମିକ ସୂଚନା ଅନୁଯାୟୀ ଶନିବାର ସନ୍ଧ୍ୟାରେ ମାଓବାଦୀଙ୍କ ଏକ ଦଳ ଗାଁରେ ପହଞ୍ଚିଥିଲେ । ଏହାପରେ ସେମାନେ ସପ୍ତମ ଶ୍ରେଣୀର ଜଣେ ଛାତ୍ରୀଙ୍କ ସମେତ ପାଞ୍ଚ ଜଣ ଗ୍ରାମବାସୀଙ୍କୁ ସାଙ୍ଗରେ ନେଇ ଯାଇଥିଲେ। ରବିବାର ଅପରାହ୍ନରେ ଅପହରଣ ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି।

ତେବେ ଛାତ୍ରୀ ଏବଂ ଗ୍ରାମବାସୀଙ୍କୁ ମାଓବାଦୀ କାହିଁକି ଅପହରଣ କରିଛନ୍ତି ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ଏହି ଅଂଚଳରେ ମାଓବାଦୀମାନେ ବେଳେବେଳେ ଗ୍ରାମବାସୀଙ୍କୁ ସାଙ୍ଗରେ କିଛି ସମୟ ପାଇଁ ନେଇଥା’ନ୍ତି । ଏବେ ବସ୍ତର ଅଞ୍ଚଳର ଆଦିବାସୀ ସଂଗଠନ ସାରଭା ଆଦିବାସୀ ସମାଜ ନକ୍ସଲମାନଙ୍କୁ ଗ୍ରାମବାସୀଙ୍କୁ ଛାଡିବାକୁ ନିବେଦନ କରିଛନ୍ତି।

1 Comment
  1. Normat says

    Great write-up! The points discussed are highly relevant. For those wanting to explore more, this link is helpful: FIND OUT MORE. What are your thoughts?

Leave A Reply

Your email address will not be published.