ଆସୁଛି ବାତ୍ୟା ‘ଜୱାଦ’!

cyclone

3 180

ଭୁବନେଶ୍ବର: ଓଡ଼ିଶାକୁ ଆଉ ଏକ ବାତ୍ୟାର ବିପଦ ଘନାଉଛି। ଦକ୍ଷିଣ ଆଣ୍ଡାମାନରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର ବାତ୍ୟାର ରୂପ ନେଇପାରେ ବୋଲି ଆଶଙ୍କା କରିଛି ପାଣିପାଗ ବିଭାଗ। ଏହାକୁ ନେଇ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ସତର୍କ କରାଇଛି।
ସୋମବାର ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ୪୮ ଘଣ୍ଟା ପରେ ବାତ୍ୟାର ରୂପ ନେବ ବୋଲି ପୂର୍ବାନୁମାନ କରିଛି  । ଯଦି ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୁଏ ତେବେ ବାତ୍ୟାର ନାମ ‘ଜୱାଦ’ ରଖାଯିବ ।ତେବେ ବାତ୍ୟା ‘ଜୱାଦ’ ଓଡିଶା-ବାଂଲାଦେଶ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଥିବାରୁ ସତର୍କ କରାଇଛି ପାଣିପାଗ ବିଭାଗ । ଯଦି ସମ୍ଭାବ୍ୟ ବାତ୍ୟା ହୁଏ ତେବେ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଉପକୂଳ ଓଡିଶାରେ ଡିସେମ୍ବର ୨ ରୁ ୩ ତାରିଖ ମଧ୍ୟରେ ବର୍ଷା ଆରମ୍ଭ ହୋଇଯିବ । ଆସନ୍ତା ୪ କିମ୍ବା ୫ ମଧ୍ୟରେ ବଙ୍ଗୋପସାଗର ଉପକୂଳ ଛୁଇଁବ । ଏଥିପାଇଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ବାରଣ କରାଯାଇଛି ।ତେବେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ବାତ୍ୟାର ଦିଗ ଏବଂ ରୂପରେଖ ସ୍ପଷ୍ଟ ହେବ ବୋଲି ପାଣିପାଗ ବିଭାଗ କହିଛି । ଅନ୍ୟପଟେ ‘ଜୱାଦ’ ଅଧିକ ଶକ୍ତିଶାଳୀ ହୋଇପାରେ ବୋଲି ବିଭିନ୍ନ ସଂସ୍ଥା ଆକଳନ କରୁଛନ୍ତି ।

3 Comments
  1. Edisont says

    This was both informative and hilarious! For further reading, check out: LEARN MORE. What do others think?

  2. lista escape roomów says

    You actually make it appear so easy with your presentation however
    I find this topic to be really one thing which I believe I’d by no means understand.
    It seems too complicated and extremely vast for me.
    I’m having a look forward to your subsequent submit, I’ll
    try to get the hang of it! Najlepsze escape roomy

  3. Jerold A says

    Very interesting topic, thank you for putting up..

Leave A Reply

Your email address will not be published.