ଓଡ଼ିଶାରେ ଦୁଇ ଓମିକ୍ରନ ସଂକ୍ରମିତ ଚିହ୍ନଟ

0 30

ଭୁବନେଶ୍ୱର: ଓଡ଼ିଶାରେ ପହଂଚିଲା କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ । ଡେଲଟା ତୁଳନାରେ 6 ଗୁଣା ଅଧିକ ଶୀଘ୍ର ବ୍ୟାପୁଥିବା ଏହି ଭ୍ୟାରିଆଣ୍ଟ ସମସ୍ତଙ୍କ ପାଇଁ ଚିନ୍ତାଜନକ ଥିବା ବେଳେ ରାଜ୍ୟରେ ଦୁଇ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଦୁଇ ଜଣ ବିଦେଶ ଫେରନ୍ତା । ଜଣେ ନାଇଜେରିଆରୁ ଫେରିଥିବା ବେଳେ ଅନ୍ୟ ଜଣେ କାତାରରୁ ଫେରିଥିଲେ ବୋଲି ସୂଚନା ରହିଛି ।

ଆକ୍ରାନ୍ତ ଚିହ୍ନଟ ହେବା ନେଇ ଆଇଏଲଏସ ଅଧିକାରୀ ଅଜୟ ପରିଡା ସୂଚନା ଦେଇଛନ୍ତି । ନାଇେଜରିଆରୁ ଫେରିଥିବା ବ୍ୟକ୍ତି କଟକର ବୋଲି ଜଣାପଡିଛି । ସେ ହୋଟେଲରେ ଥିଲେ। ସେହିପରି କାତାରରୁ ଫେରିଥିବା ବ୍ୟକ୍ତି ମଧ୍ୟ ହୋମ୍ ଆଇସେଲେସନରେ ଅଛନ୍ତି । ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି । ସ୍ୱାସ୍ଥ୍ୟାବିଭାଗ ଏବେ ଏହି ଦୁଇ ଜଣଙ୍କର ଟ୍ରାଭେଲ ହିଷ୍ଟ୍ରି ସହିତ ଏମାନେ କେଉଁ କେଉଁ ଲୋକଙ୍କ ସହ ମିଶିଛନ୍ତି ତାଙ୍କୁ ଚିହ୍ନଟ କରୁଛି। ନାଇଜେରିଆ ଫେରନ୍ତା 10 ଦିନ ତଳେ ଓଡ଼ିଶା ଫେରିଥିବା ବେଳେ କାତାରରୁ ଫେରିଥିଲେ ଏହି ଆକ୍ରାନ୍ତ ।

ସୂଚନାଯୋଗ୍ୟ, ରାଜ୍ୟକୁ 2200 ଜଣ ବିଦେଶରୁ ଓଡିଶାକୁ ଫେରିଛନ୍ତି। ଏହି ସମୟରେ 15 ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ସେମାନଙ୍କ ଜିନୋମ ସିକ୍ୟୁଏନସିକୁ ପଠାଯାଇଥିଲା ଲ୍ୟାବକୁ । ଏହାପରେ ଦୁଇ ଜଣ କରୋନା ଆକ୍ରାନ୍ତଙ୍କ ପାଖରେ ଓମିକ୍ରନ ଚିହ୍ନଟ ହୋଇଛି।

ସାରା ଦେଶରେ ଏବେ ଏହି ଓମିକ୍ରନ ଆକ୍ରାନ୍ତ ବଢିବାରେ ଲାଗିଛି । ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ଓଡିଶାର ଦୁଇ ଓମିକ୍ରନ ଆକ୍ରାନ୍ତ ସହିତ ଦେଶରେ ମୋଟ୍ ଓମିକ୍ରନ ସଂକ୍ରମିତ 174 ଚିହ୍ନଟ ହୋଇଛି ।

ଏହି ଭ୍ୟାରିଆଣ୍ଟ ୟୁରୋପ ମହାଦେଶକୁ କଲବଲ କରିଛି । ବ୍ରିଟେନରେ ଏହି ସଂକ୍ରମିତ ଅଧିକ ହୋଇଛି । ଏବେ ବ୍ରିଟେନରେ ଦୈନିକ କରୋନା ସଂକ୍ରମିତ 93 ହଜାର ଉପରେ ରହିଛି । ସେହିପରି ଦୈନିକ କରୋନା ଜନିତ ମୃତ୍ୟୁ ସଂଖ୍ୟା 100 ଉପରେ ରହିଛି । ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ଦେଖି ନେଦରଲ୍ୟାଣ୍ଡରେ ଲକଡାଉନ ଲାଗୁ ହୋଇଛି।

Leave A Reply

Your email address will not be published.