ତେଲ ଉପରୁ କେନ୍ଦ୍ର ଏକ୍ସାଇଜ ଡ୍ୟୁଟି କମାଇବା ପରେ କେଉଁ ସବୁ ରାଜ୍ୟ ଭାଟ୍ ଛାଡିଲେ?

0 19

ନୂଆଦିଲ୍ଲୀ: ଭାରତ ସରକାର ପେଟ୍ରାଲ ଏବଂ ଡିଜେଲ ଉପରୁ ଯଥାକ୍ରପେ ୫ ଟଙ୍କା ଏବଂ ୧୦ ଟଙ୍କାର ଉତ୍ପାଦନ ଶ୍ଲୁକ ହ୍ରାସ କରିଛନ୍ତି।ଏହି ନଷ୍ପିତ୍ତିକୁ ଅନୁସରଣ ବର୍ତ୍ତମାନ ସୁଦ୍ଧା ୨୨ଟି ରାଜ୍ୟ ଓ କେନ୍ଦ୍ର ସରକାର ମାନିଛନ୍ତି। ଯାହାକି ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି। କିନ୍ତୁ ଏବେ ବି
୧୩ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ରାଜ୍ୟ ତେଲ ଦର ଉପରୁ ଭାଟ କମାଇ ନାହାନ୍ତି । ଏବେ ସୁଦ୍ଧା ମହାରାଷ୍ଟ୍ର, ଦିଲ୍ଲୀ ଏନସିଟି, ପଶ୍ଚିମବଙ୍ଗ, ତାମିଲନାଡ଼ୁ, ତେଲଙ୍ଗାନା, ଆନ୍ଧ୍ର ପ୍ରଦେଶ, କେରଳ, ମେଘାଳୟ, ଆଣ୍ଡାୋନ ଓ ନିକୋବର, ଝାଡ଼ଖଣ୍ଡ, ଛତିଶଗଡ଼, ପଞ୍ଜାବ ଓ ରାଜସ୍ଥାନ ରହିଛି।

କେନ୍ଦ୍ର ଶାସିତ ରାଜ୍ୟ ଲଦାଖରେ ପେଟ୍ରୋଲ ଲିଟର ପିଛା ସର୍ବାଧିକ ୧୩ ଟଙ୍କା ୪୩ ପଇସା ହ୍ରାସ କରାଯାଇଛି। ଏହା ପରେ କର୍ଣ୍ଣାଟକରେ ୧୩ ଟଙ୍କା ୩୫ ପଇସା ଏବଂ ପୁଡୁଚେରୀରେ ୧୨ ଟଙ୍କା ୮୫ ପଇସା ହ୍ରାସ ପାଇଛି।

ସେହିପରି ଲଦାଖରେ ସର୍ବାଧିକ ଡିଜେଲ ଦର ଲିଟର ପିଛା ୧୯ ଟଙ୍କା ୬୧ ପଇସା ହ୍ରାସ ପାଇଛି । କର୍ଣ୍ଣାଟକ ଓ ପୁଡୁଚେରୀରେ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ରହିଛନ୍ତି।

Leave A Reply

Your email address will not be published.