ସେୟାର ବଜାରରେ କ୍ଷତି ସହି ନପାରି ପତ୍ନୀ ଓ ପୁଅକୁ ମାରିଦେଲା ଯୁବକ !

0 94

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ଶେଆର ବଜାରରେ କ୍ଷତି ହେବାରୁ ମାନସିକ ସ୍ଥିତି ହରାଇ ଜଣେ ଯୁବକ ନିଜ ପୁଅ ଏବଂ ସ୍ତ୍ରୀକୁ ହତ୍ୟା କରିଛି। ନିଜେ ମଧ୍ୟ ମରିବାକୁ ଚେଷ୍ଟା କରି କିନ୍ତୁ ବିଫଳ ହୋଇଥିବା ସୂଚନା ରହିଛି। ଭୁବନେଶ୍ୱର ସ୍ଥିତ କଳିଙ୍ଗ ବିହାରରେ ଏପରି ଅଭାବନୀୟ ଘଟଣା ଘଟିଥିବା ସୂଚନା ରହିଛି। ଯୁବକ ଜଣଙ୍କ ହତ୍ୟା କରିବା ପରେ ହାଇଦ୍ରବାଦରେ ରହୁଥିବା ନିଜ ସମ୍ପର୍କୀୟଙ୍କୁ ହତ୍ୟାକାଣ୍ଡ ବାବଦରେ ଜଣାଇଥିଲା। ପରେ ତମାଣ୍ଡୋ ପୁଲିସ ଆସି ଘଟଣାସ୍ଥଳରେ ପହଁଚିଥିଲା । ପୁଲିସ ଏବେ ହତ୍ୟାକାରୀ ଜଣଙ୍କୁ ଅଟକ ରଖିଛି।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ମୃତ ମହିଳା ହେଉଛନ୍ତି ସ୍ୱର୍ଣ୍ଣ ଲତା ମଙ୍ଗରାଜ। ସେ ଅବନ୍ତି ବିଜୟ ମଙ୍ଗରାଜଙ୍କୁ ବିବାହ କରିଥିଲେ। ଉଭୟଙ୍କର 10 ବର୍ଷର ପୁଅ ଥିଲେ। ସେୟାର ବଜାର କାରବାରରେ କ୍ଷତି ହେବାକୁ ଅବନ୍ତି ଆର୍ଥିକ ସମସ୍ୟାରେ ପଡି ଯାଇଥିଲେ। ଏହାପରେ ସେ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା କରିବା ସହିତ ନିଜେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ଅଟକ ହତ୍ୟାକାରୀର ବିବୃତ୍ତି ଅନୁଯାୟୀ ସେ ଗତକାଲି ଖାଇବାରେ ନିଦ ଟାବଲେଟ୍ ମିଶାଇ ଦେଇଥିଲେ। ତାଙ୍କ ପତ୍ନୀ ଏବଂ ପୁଅ ଶୋଇପଡିଥିଲେ ଏବଂ ଆଜି ସକାଳ 3 ଟାରେ ଏକ ଓଢଣୀ ବ୍ୟବହାର କରି ହତ୍ୟା କରିଥିଲେ। ପରେ ସେ ଛୁରୀରେ ନିଜକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ସଫଳ ହୋଇପାରିନଥିଲେ ଏବଂ ପରେ ଘରୁ ବାହାରି ଯାଇ ଏଣେ ତେଣେ ବୁଲୁଥିଲେ।
ଆଜି ସନ୍ଧ୍ୟାରେ ପୋଲିସ ତାଙ୍କୁ ଗିରଫ କରିଛି। ପ୍ରମାଣ ସଂଗ୍ରହ କରିବାକୁ ସେହି ସ୍ଥାନରେ ସାଇଣ୍ଟିଫିକ ଟିମ୍ ପହଂଚିଛି।

Leave A Reply

Your email address will not be published.