ପେଟ୍ରୋଲ ଓ ଡିଜେଲ ଉପରୁ ମାତ୍ର 3 ଟଂକା ଭାଟ ଛାଡ କଲେ ନବୀନ

3 25

ଭୁବନେଶ୍ୱର: ବୁଧବାର ବିଳମ୍ବିତ ରାତ୍ରିରେ କେନ୍ଦ୍ର ସରକାର ଏକ୍ସାଇଜ ଡ୍ୟୁଟି ଛାଡ଼ କରିବା ପରେ ରାଜ୍ୟ ସରକାର ମଧ୍ୟ ତେଲ ଉପରୁ ଭାଟ ଛାଡ଼ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତାକାଲିଠୁ ପେଟ୍ରୋଲ ଏବଂ ଡିଜେଲ ଉପରୁ 3 ଟଙ୍କା ଲେଖାଏଁ ଛାଡ଼ କରିଛନ୍ତି। ଗତକାଲି କେନ୍ଦ୍ର ସରକାର ପେଟ୍ରୋଲ ଉପରୁ 5 ଟଂକା ଏବଂ ଡିଜେଲ ଉପରୁ 10 ଟଙ୍କା ଛାଡ଼ କରିଥିଲେ। ତେଣୁ ମୋଟ୍ ଉପରେ ଖାଉଟି ପେଟ୍ରୋଲ ଉପରୁ 10 ଟଂକା ଏବଂ ଡିଜେଲ ଉପରୁ 13 ଟଂକା କମ୍ ଦରରେ ଆସନ୍ତାକାଲି ପାଖରେ କିଣିପାରିବେ।

ଗତକାଲି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ‘ବିଜେପି’ ଶାସିତ 9 ଟି ରାଜ୍ୟ ଆସାମ, ତ୍ରିପୁରା, ମଣିପୁର, କର୍ଣ୍ଣାଟକ, ଗୋଆ, ଉତ୍ତର ପ୍ରଦେଶ, ଗୁଜରାଟ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ଭାଟ କମାଇଛନ୍ତି।

ଆସାମ, ତ୍ରିପୁରା, ମଣିପୁର, କର୍ଣ୍ଣାଟକ ଏବଂ ଗୋଆ ସରକାର ଉଭୟ ପେଟ୍ରୋଲ ଓ ଡିଜେଲ ଉପରୁ 7 ଟଂକା ହ୍ରାସ କରିଥିଲେ। ସେହିପରି ଉତ୍ତରାଖଣ୍ଡ ସରକାର ପେଟ୍ରୋଲ୍‌ ଉପରେ 2  ଟଂକା ହ୍ରାସ କରାଯିବ ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଘୋଷଣା କରିଥିଲେ।

3 Comments
  1. Mariant says

    What a fantastic read! The humor made it even better. For further details, check out: READ MORE. Any thoughts?

  2. escape roomy lista says

    You really make it appear really easy with your presentation but I to find this matter to be actually something which I believe I would never understand.
    It seems too complicated and extremely huge for me.
    I am taking a look forward for your subsequent post, I will
    try to get the cling of it! Lista escape room

  3. homepage says

    This design is incredible! You certainly know how to keep a reader amused.
    Between your wit and your videos, I was almost moved to start my own blog (well,
    almost…HaHa!) Excellent job. I really loved what you had
    to say, and more than that, how you presented it.
    Too cool!

Leave A Reply

Your email address will not be published.